Our vision is to establish the Netaji Subhash Chandra Bose Museum as a nationally and internationally recognized center for historical preservation, learning, and inspiration. We envision a museum that not only safeguards the birthplace and memories of Netaji Subhash Chandra Bose but also communicates his ideals of freedom, leadership, sacrifice, and unity to generations across time.
By integrating traditional heritage preservation with modern technology, research, and education, the museum seeks to become a dynamic institution where history is not merely observed but experienced. We aspire to nurture a deep sense of national pride and responsibility among citizens by presenting Netaji’s life and philosophy in a manner that resonates with contemporary society.
Our long-term vision includes expanding access through digital platforms, fostering global collaboration with academic and cultural institutions, and encouraging dialogue on values such as patriotism, social justice, and selfless service that Netaji embodied throughout his life.
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟକୁ ଐତିହାସିକ ସଂରକ୍ଷଣ, ଅଧ୍ୟୟନ ଏବଂ ପ୍ରେରଣାର କେନ୍ଦ୍ର ଭାବେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଆଦୃତ କରିବା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ। ଆମେ ଏପରି ଏକ ସଂଗ୍ରହାଳୟର ପରିକଳ୍ପନା କରୁଛୁ, ଯେଉଁଠାରେ କେବଳ ନେତାଜୀଙ୍କ ଜନ୍ମସ୍ଥାନ ଏବଂ ସ୍ମୃତିଗୁଡ଼ିକ ସଂରକ୍ଷିତ ହେବ, ତା’ ନୁହେଁ ବରଂ ସମୟାନୁଯାୟୀ ନେତାଜୀଙ୍କ ସ୍ୱାଧୀନତାର ଆଦର୍ଶ, ନେତୃତ୍ୱ, ବଳିଦାନ ଏବଂ ଏକତାର ବାର୍ତ୍ତାକୁ ପରବର୍ତ୍ତୀ ପିଢ଼ି ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯିବ।
ପାରମ୍ପରିକ ଐତିହ୍ୟ ସଂରକ୍ଷଣ ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଗବେଷଣା ଏବଂ ଶିକ୍ଷାର ସମ୍ମେଳନରେ ସଂଗ୍ରହାଳୟଟିକୁ ଏକ ଆଦର୍ଶ ପ୍ରତିଷ୍ଠାନରେ ପରିଣତ କରାଯିବ; ଯେଉଁଠାରେ ଐତିହ୍ୟକୁ ଦେଖିହେବା ସହ ଏହାକୁ ଅନୁଭବ ମଧ୍ୟ କରିହେବ। ଏଥିରେ ନେତାଜୀଙ୍କର ଜୀବନ ଓ ଦର୍ଶନ ଅତ୍ୟନ୍ତ ସୁନ୍ଦର ଏବଂ ସଙ୍ଗଠିତ ଭାବେ ପ୍ରଦର୍ଶିତ ହେବ; ଯାହା ସମସାମୟିକ ସମାଜ ସହ ତାଳ ଦେଇ ନାଗରିକଙ୍କ ମଧ୍ୟରେ ଜାତୀୟ ଗର୍ବ ଏବଂ ସାମାଜିକ ଦାୟିତ୍ୱ ଜାଗୃତ କରିବ।
ଆମର ସର୍ବକାଳୀନ ଉଦ୍ଦେଶ୍ୟ ହେଉଛି, ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଗ୍ରହଣୀୟତା ବୃଦ୍ଧି, ଶିକ୍ଷାନୁଷ୍ଠାନ ଏବଂ ସାଂସ୍କୃତିକ ସଂସ୍ଥାଗୁଡ଼ିକ ସହ ବିଶ୍ଵସ୍ତରୀୟ ସହଭାଗିତାକୁ ମଜଭୁତ କରିବା ତଥା ନେତାଜୀଙ୍କ ଜୀବନରେ ପ୍ରତିଫଳିତ ହେଉଥିବା ଦେଶଭକ୍ତି, ସାମାଜିକ ନ୍ୟାୟ ଏବଂ ନିଃସ୍ଵାର୍ଥପର ସେବା ଭଳି ଅନନ୍ୟ ମୂଲ୍ୟବୋଧଗୁଡ଼ିକୁ ନେଇ ସକାରାତ୍ମକ ଆଲୋଚନାକୁ ପ୍ରୋତ୍ସାହିତ କରିବା।
Our mission is to preserve, protect, and promote the historical and cultural heritage associated with the life and legacy of Netaji Subhash Chandra Bose. The museum is committed to the systematic conservation of artifacts, documents, photographs, and architectural heritage connected to Netaji’s birthplace.
We strive to create meaningful learning experiences through well-researched exhibitions, educational programs, guided tours, publications, and outreach initiatives. By engaging students, scholars, and the general public, the museum aims to foster historical awareness and critical understanding of India’s freedom movement.
The museum also seeks to embrace innovation by incorporating digital tools, interactive displays, virtual reality experiences, and online archives, ensuring accessibility and relevance in the modern era.
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନ ଓ ଲିଗାସି ସହ ସମ୍ପର୍କ ରଖୁଥିବା ଐତିହାସିକ ତଥା ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରୋତ୍ସାହନ ଆମର ମୁଖ୍ୟ ଲକ୍ଷ୍ୟ। ନେତାଜୀଙ୍କ ଜନ୍ମସ୍ଥାନ ସହ ଜଡ଼ିତ କଳାକୃତି, ଡକ୍ୟୁମେଣ୍ଟ , ଫଟୋଚିତ୍ର ଓ ସ୍ଥାପତ୍ୟ ଐତିହ୍ୟର ସୁବ୍ୟବସ୍ଥିତ ସଂରକ୍ଷଣ ପାଇଁ ସଂଗ୍ରହାଳୟ ସର୍ବଦା ପ୍ରତିବଦ୍ଧ।
ଗବେଷଣାତ୍ମକ ପ୍ରଦର୍ଶନୀ, ଶିକ୍ଷାମୂଳକ କାର୍ଯ୍ୟକ୍ରମ, ମାର୍ଗଦର୍ଶିତ ପରିଭ୍ରମଣ, ପ୍ରକାଶନ ଓ ପ୍ରଚାର ପ୍ରସାର ମାଧ୍ୟମରେ ଅର୍ଥପୂର୍ଣ୍ଣ ଶିକ୍ଷଣୀୟ ଅନୁଭୂତି ସୃଷ୍ଟି କରିବା ହେଉଛି ଆମର ଅନ୍ୟତମ ଉଦ୍ଦେଶ୍ୟ। ଛାତ୍ରଛାତ୍ରୀ, ଗବେଷକ ତଥା ସାଧାରଣ ଲୋକଙ୍କୁ ଏକତ୍ରିତ କରି ଭାରତର ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଐତିହାସିକ ସଚେତନତା ଓ ସମାଲୋଚନାମୂଳକ ବୁଝାମଣାକୁ ପ୍ରୋତ୍ସାହିତ କରିବା ଲାଗି ସଂଗ୍ରହାଳୟଟି ଉଦ୍ଦିଷ୍ଟ।
ଆଧୁନିକ ଯୁଗ ସହ ତାଳ ଦେଇ ସୁଗମତା ଓ ପ୍ରାସଙ୍ଗିକତା ସୁନିଶ୍ଚିତ କରିବା ପାଇଁ ଡିଜିଟାଲ୍ ଉପକରଣର ବ୍ୟବହାର, ଭାବ ବିନିମୟଶୀଳ ପ୍ରଦର୍ଶନ, ଭର୍ଚୁଆଲ୍ ରିଆଲିଟି ଅନୁଭୂତି ଏବଂ ଅନଲାଇନ୍ ଅଭିଲେଖାଗାର ମାଧ୍ୟମରେ ନୂତନତାକୁ ଗ୍ରହଣ କରିବା ହେଉଛି ସଂଗ୍ରହାଳୟର ଲକ୍ଷ୍ୟ।