Welcome to NBMT, Cuttack
History & Significanceଇତିହାସ ଏବଂ ମହତ୍ତ୍ଵ

Historical Background

ଐତିହାସିକ ପୃଷ୍ଠଭୂମି

Netaji Subhash Chandra Bose was born on 23rd January 1897 in Cuttack, Odisha, in a house that later became one of the most significant heritage sites in India. His early life, education, and upbringing in this historic city played a crucial role in shaping his strong nationalist ideals and fearless personality.

The birthplace stands as a silent witness to the formative years of a leader who would go on to challenge colonial rule and inspire a mass movement for India’s independence. Over time, the house was preserved and transformed into a museum to commemorate his extraordinary contribution to the nation.

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ, ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ, ଯେଉଁ ଘର ପରବର୍ତ୍ତୀ ସମୟରେ ଭାରତର ଅନ୍ୟତମ ପ୍ରମୁଖ ଐତିହାସିକ ସ୍ଥଳ ଭାବେ ପରିଗଣିତ ହୋଇଛି। ଏହି ଐତିହାସିକ କଟକ ସହରରେ ଶୈଶବ ଓ ପ୍ରାରମ୍ଭିକ ଶିକ୍ଷା ନେତାଜୀଙ୍କ ମନରେ ଦୃଢ଼ ଜାତୀୟତାବାଦ ଆଦର୍ଶ ସୃଷ୍ଟି କରିବା ସହ ନିର୍ଭୀକ ବ୍ୟକ୍ତିତ୍ୱ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଏହି ଜନ୍ମସ୍ଥାନ ହେଉଛି ନେତାଜୀଙ୍କ ଜୀବନର ପ୍ରାରମ୍ଭିକ ବର୍ଷଗୁଡ଼ିକର ମୂକସାକ୍ଷୀ, ଯିଏ ପରେ ଉପନିବେଶବାଦୀ ଶାସନକୁ ଘୋର ବିରୋଧ କରିବା ସହ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ଏକ ଜନ ଆନ୍ଦୋଳନ ସୃଷ୍ଟି କରିଥିଲେ। ଦେଶ ପ୍ରତି ନେତାଜୀ ଅସାଧାରଣ ଅବଦାନକୁ ସ୍ମରଣ କରିବା ପାଇଁ ତାଙ୍କର ଏହି ପୈତୃକ ଘରକୁ ସଂରକ୍ଷଣ କରାଯାଇ ସଂଗ୍ରହାଳୟରେ ପରିଣତ କରାଯାଇଛି।

National & Cultural Significance

ଜାତୀୟ ଓ ସାଂସ୍କୃତିକ ମହତ୍ତ୍ଵ

The Netaji Subhash Chandra Bose Museum holds immense national significance as it represents the birthplace of a leader who reshaped India’s freedom struggle through courage, discipline, and unwavering determination. The museum stands as a reminder of Netaji’s call for complete independence and his belief in action over words.

Culturally, the museum serves as a bridge between history and contemporary society, fostering awareness of India’s freedom movement while preserving regional and national heritage. It continues to inspire patriotism and civic responsibility among visitors from across the country and beyond.

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ହେଉଛି ଏକ ଜାତୀୟ ସ୍ମାରକୀ, କାରଣ ଏହା ଏପରି ଜଣେ ମହାନ ଜନନାୟକଙ୍କ ଜନ୍ମସ୍ଥାନ; ଯିଏ ନିଜର ଅଦମ୍ୟ ସାହସ, ଶୃଙ୍ଖଳା ଓ ଅତୁଟ ସଂକଳ୍ପ ବଳରେ ଭାରତର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେଇଥିଲେ। ଦେଶର ପୂର୍ଣ୍ଣ ସ୍ଵାଧୀନତା ପାଇଁ ନେତାଜୀଙ୍କ ଆହ୍ଵାନ ଏବଂ କଥା ଅପେକ୍ଷା କାମକୁ ଗୁରୁତ୍ୱ ଦେବା ପରି ତାଙ୍କ ଦୃଢ଼ ବିଶ୍ୱାସର ସ୍ମୃତି ଭାବେ ଏହି ସଂଗ୍ରହାଳୟ ଠିଆ ହୋଇଛି।

ସାଂସ୍କୃତିକ ଦୃଷ୍ଟିକୋଣରୁ, ଇତିହାସ ଓ ସମସାମୟିକ ସମାଜ ମଧ୍ୟରେ ସଂଗ୍ରହାଳୟ ଏକ ସେତୁ ଭାବେ କାର୍ଯ୍ୟ କରେ। ଏହା ଭାରତର ସ୍ୱାଧୀନତା ଆନ୍ଦୋଳନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ସହ ଆଞ୍ଚଳିକ ଓ ଜାତୀୟ ଐତିହ୍ୟକୁ ସଂରକ୍ଷଣ କରିଥାଏ। ଦେଶ ତଥା ବିଦେଶରୁ ଆସୁଥିବା ପରିଦର୍ଶକଙ୍କ ମଧ୍ୟରେ ଜାତୀୟତା ଏବଂ ସାଧାରଣ ଦାୟିତ୍ୱବୋଧ ଜାଗ୍ରତ କରିବାରେ ଏହା ସର୍ବଦା ପ୍ରେରଣା ଯୋଗାଇ ଆସୁଛି।