Welcome to NBMT, Cuttack
Overviewସଂକ୍ଷିପ୍ତ ବିବରଣୀ
About Us
ସମ୍ପର୍କରେ
History & Vision of the Netaji Subhash Chandra Bose Museum
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟର ଇତିହାସ ଏବଂ ଉଦ୍ଦେଶ୍ୟ
The Netaji Subhash Chandra Bose Museum in Cuttack is located at the historic birthplace of Netaji Subhash Chandra Bose, preserving the memories and ideals of one of India’s greatest national leaders. The museum stands as a symbol of his indomitable spirit, revolutionary ideas, and lifelong dedication to the freedom of the nation.
The museum complex has been carefully curated to reflect various phases of Netaji’s life, from his early childhood and education to his leadership of the Indian National Army and his role in inspiring millions to rise against colonial rule. Each gallery offers a chronological narrative supported by authentic artifacts, rare photographs, personal belongings, and archival records.
Beyond preservation, the museum plays an active role in education and public awareness. Through exhibitions, lectures, seminars, cultural programs, and digital initiatives, it aims to engage students, researchers, and the general public with the values of courage, sacrifice, unity, and patriotism that Netaji stood for.
The Netaji Birthplace Museum Trust is committed to safeguarding this heritage site and promoting historical research while ensuring an inclusive and enriching experience for visitors from all walks of life. The museum continues to evolve as a center of learning, reflection, and national pride.
କଟକ, ଓଡ଼ିଆ ବଜାରରେ ଅବସ୍ଥିତ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ’ ନେତାଜୀଙ୍କ ଐତିହାସିକ ଜନ୍ମଭୂମିରେ ସ୍ଥାପିତ ହୋଇଛି। ଭାରତର ସେହି ମହାନ ଜାତୀୟ ନେତାଙ୍କ ସ୍ମୃତି ଓ ଆଦର୍ଶ ଏଠାରେ ସଂରକ୍ଷିତ ରହିଛି। ସଂଗ୍ରହାଳୟଟି ନେତାଜୀଙ୍କ ଅଦମ୍ୟ ସାହସ, କ୍ରାନ୍ତିକାରୀ ଚିନ୍ତାଧାରା ଓ ଦେଶର ସ୍ୱାଧୀନତା ପାଇଁ ତାଙ୍କ ସମର୍ପିତ ଆଜୀବନ ସଂଘର୍ଷର ପ୍ରତୀକ ଭାବରେ ଦଣ୍ଡାୟମାନ।
ନେତାଜୀଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟକୁ ସଂଗ୍ରହାଳୟରେ ସୁବ୍ୟବସ୍ଥିତ ଭାବେ ଉପସ୍ଥାପନ କରାଯାଇଛି। ତାଙ୍କ ବାଲ୍ୟକାଳ, ଶିକ୍ଷାଜୀବନ, ଭାରତୀୟ ଜାତୀୟ ସେନାର ନେତୃତ୍ୱ ଏବଂ ଉପନିବେଶବାଦ ବିରୋଧରେ ଜନସାଧାରଣଙ୍କୁ ପ୍ରେରିତ କରିଥିବା ତାଙ୍କର ଭୂମିକା ଏଠାରେ ବେଶ ସୁନ୍ଦର ଏବଂ ଜୀବନ୍ତ ଭାବେ ପ୍ରଦର୍ଶିତ। ପ୍ରତ୍ୟେକ ଗ୍ୟାଲେରୀ ଧାରାନୁକ୍ରମିକ ଭାବେ ସତ୍ୟାପିତ ପୁରାତନ କଳାକୃତି, ଦୁର୍ଲଭ ଫଟୋଚିତ୍ର, ବ୍ୟକ୍ତିଗତ ସାମଗ୍ରୀରେ ସମୃଦ୍ଧ ହୋଇଛି।
ସଂରକ୍ଷଣ ବ୍ୟତୀତ ସଂଗ୍ରହାଳୟଟି ଶିକ୍ଷା ଓ ସାର୍ବଜନୀନ ସଚେତନତାରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ପ୍ରଦର୍ଶନୀ, ବ୍ୟାଖ୍ୟାନ, ଆଲୋଚନାଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଡିଜିଟାଲ୍ ପଦକ୍ଷେପ ମାଧ୍ୟମରେ ଏହା ଛାତ୍ରଛାତ୍ରୀ, ଗବେଷକ ଓ ସାଧାରଣ ଜନତାଙ୍କୁ ନେତାଜୀଙ୍କ ଦେଶପ୍ରେମ, ତ୍ୟାଗ ଓ ଏକତାର ମୂଲ୍ୟବୋଧ ସହିତ ଯୋଡ଼ିଛି।
ଏହି ଐତିହ୍ୟ ସ୍ଥଳକୁ ସୁରକ୍ଷିତ ରଖିବା ସହ ଐତିହାସିକ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ‘ନେତାଜୀ ଜନ୍ମଭୂମି ସଂଗ୍ରହାଳୟ ଟ୍ରଷ୍ଟ’ ସର୍ବଦା ପ୍ରତିବଦ୍ଧ। ସମସ୍ତ ବର୍ଗର ପରିଦର୍ଶକଙ୍କ ପାଇଁ ଏକ ସମୃଦ୍ଧ, ସମାବେଶୀ ଏବଂ ଅର୍ଥପୂର୍ଣ୍ଣ ଅନୁଭବ ପ୍ରଦାନ କରିବା ହିଁ ଏହାର ମୂଳ ଉଦ୍ଦେଶ୍ୟ।