Welcome to NBMT, Cuttack
About Us
ସମ୍ପର୍କରେ
History & Vision of the Netaji Subhash Chandra Bose Museum
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟର ଇତିହାସ ଏବଂ ଦୃଷ୍ଟିକୋଣ
The Netaji Subhash Chandra Bose Museum in Cuttack is a tribute to one of India’s most revered freedom fighters. Established to honor the legacy of Netaji Subhash Chandra Bose, the museum houses an extensive collection of artifacts, photographs, and documents that chronicle his life and contributions to India’s independence movement.
Visitors can explore various exhibits that showcase Netaji’s vision, leadership, and unwavering commitment to the cause of freedom. The museum serves as an educational hub, inspiring visitors with the stories of courage and patriotism that defined Netaji’s remarkable journey.
କଟକର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଭାରତର ସବୁଠାରୁ ପୂଜ୍ୟ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଲିଗାସିକୁ ସମ୍ମାନ ଜଣାଇ ସ୍ଥାପିତ ଏହି ସଂଗ୍ରହାଳୟରେ ତାଙ୍କ ଜୀବନୀ ଏବଂ ଭାରତର ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅତୁଳନୀୟ ଅବଦାନକୁ ଉପସ୍ଥାପନ କରୁଥିବା ବିଭିନ୍ନ କଳାକୃତି, ଫଟୋଚିତ୍ର ଓ ଡକ୍ୟୁମେଣ୍ଟଗୁଡ଼ିକ ସଂରକ୍ଷିତ ଅଛି।
ପରିଦର୍ଶକମାନେ ବିଭିନ୍ନ ପ୍ରଦର୍ଶନୀ ମାଧ୍ୟମରେ ନେତାଜୀଙ୍କ ବିଚାରଧାରା, ନେତୃତ୍ୱ ଏବଂ ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅତୁଟ ପ୍ରତିବଦ୍ଧତା ବିଷୟରେ ଅବଗତ ହୋଇପାରିବେ। ଏହି ସଂଗ୍ରହାଳୟଟି ଏକ ଶିକ୍ଷାମୂଳକ କେନ୍ଦ୍ର ଭାବେ କାର୍ଯ୍ୟ କରେ; ଯାହା ନେତାଜୀଙ୍କ ଜୀବନଯାତ୍ରାକୁ ପରିଭାଷିତ କରିଥିବା ସାହସିକ ତଥା ଦେଶପ୍ରେମ କାହାଣୀଗୁଡ଼ିକ ମାଧ୍ୟମରେ ପରିଦର୍ଶକଙ୍କୁ ଅନୁପ୍ରେରିତ କରିଥାଏ।
Historical Significance
ଐତିହାସିକ ଗୁରୁତ୍ଵ
The Legacy of Netaji Subhash Chandra Bose
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଐତିହ୍ୟ
Netaji Subhash Chandra Bose remains one of the most influential figures in India's struggle for independence. His vision of a free India, his leadership of the Indian National Army, and his unwavering commitment to the cause of freedom have left an indelible mark on the nation's history. The museum not only preserves his legacy but also serves as a reminder of the sacrifices made by countless individuals in the fight for India's sovereignty.
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ସଂଗ୍ରାମରେ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ଵମାନଙ୍କ ମଧ୍ୟରେ ଅନ୍ୟତମ। ଏକ ସ୍ୱାଧୀନ ଭାରତ ପାଇଁ ତାଙ୍କର ଦୃଷ୍ଟିଭଙ୍ଗୀ, ଭାରତୀୟ ଜାତୀୟ ସେନାରେ ତାଙ୍କ ନେତୃତ୍ୱ ଏବଂ ସ୍ୱାଧୀନତା ପାଇଁ ଥିବା ତାଙ୍କର ଅତୁଟ ପ୍ରତିବଦ୍ଧତା ଇତିହାସରେ ଏକ ଅଭୁଲା ଏବଂ ଚିର ଅମର ପାଦଚିହ୍ନ ଛାଡ଼ିଛି। ସଂଗ୍ରହାଳୟଟି କେବଳ ତାଙ୍କର ଐତିହ୍ୟକୁ ସଂରକ୍ଷଣ କରେ ନାହିଁ, ବରଂ ଭାରତର ସ୍ୱାଧୀନତା ପାଇଁ ଅଗଣିତ ବ୍ୟକ୍ତିଙ୍କ ଦ୍ଵାରା ଦିଆଯାଇଥିବା ବଳିଦାନଗୁଡ଼ିକର ସ୍ମୃତିକୁ ବି ସ୍ମରଣ କରାଏ।
Facilities & Amenities
ସୁବିଧା ଓ ସୁଯୋଗ
Visitor-Friendly Facilities for a Comfortable & Enriching Experience
ଏକ ଆରାମଦାୟକ ଏବଂ ସମୃଦ୍ଧଶାଳୀ ପରିଦର୍ଶନ ଅନୁଭବ ପାଇଁ ପରିଦର୍ଶକ ଅନୁକୂଳ ସୁବିଧା ଓ ସୁଯୋଗସମୂହ
VR Experience
ଭିଆର୍ (VR) ଅନୁଭବ

Immersive virtual reality experience showcasing the life and legacy of Netaji.

ନେତାଜୀଙ୍କ ଜୀବନ ଓ ଉତ୍ତରାଧିକାରକୁ ଉପସ୍ଥାପନ କରୁଥିବା ଆଧୁନିକ ଭର୍ଚୁଆଲ୍ ରିଏଲିଟି ଅନୁଭବ।

Library & Archives
ପାଠାଗାର ଓ ଅଭିଲେଖାଗାର

Access to books, documents, and archival materials related to Netaji.

ନେତାଜୀଙ୍କ ସମ୍ପର୍କିତ ପୁସ୍ତକ, ଡକ୍ୟୁମେଣ୍ଟ ଓ ଦୁର୍ଲଭ ସଂରକ୍ଷିତ ସାମଗ୍ରୀର ସୁବିଧା।

Accessibility
ସୁଗମ ପ୍ରବେଶ

Wheelchair-friendly access for senior citizens and visitors with disabilities.

ବୟସ୍କ ଓ ଦିବ୍ୟାଙ୍ଗ ପରିଦର୍ଶକମାନଙ୍କ ପାଇଁ ହ୍ୱିଲଚେୟାର୍-ସୁବିଧା ସହିତ ସୁଗମ ପ୍ରବେଶ।

Photography Zone
ଫଟୋଗ୍ରାଫି ସ୍ଥାନ

Designated areas for photography to capture memorable moments.

ମୁହୂର୍ତ୍ତଗୁଡ଼ିକୁ ସ୍ମରଣୀୟ କରିବା ପାଇଁ ନିର୍ଦ୍ଦିଷ୍ଟ ଫଟୋଗ୍ରାଫି ସ୍ଥାନ।

Souvenir Counter
ସ୍ମୃତିଚିହ୍ନ ବିକ୍ରୟ କେନ୍ଦ୍ର

Purchase books, memorabilia, and souvenirs related to Netaji.

ନେତାଜୀଙ୍କ ସମ୍ପର୍କିତ ପୁସ୍ତକ, ସ୍ମୃତିଚିହ୍ନ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ସୁବିଧା।

Security & Safety
ସୁରକ୍ଷା ଏବଂ ନିରାପତ୍ତା

CCTV surveillance and trained staff to ensure visitor safety.

ପରିଦର୍ଶକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସିସିଟିଭି ଏବଂ ପ୍ରଶିକ୍ଷିତ କର୍ମଚାରୀ ନିୟୋଜିତ।

IMPORTANT NOTICE ଗୁରୁତ୍ୱପୂର୍ଣ୍ଣ ସୂଚନା
NETAJI BIRTH PLACE MUSEUM
  • The museum shall remain open on all weekdays except on Monday and Govt. Holidays.
  • Entry Fees: Indian Citizens: Rs. 20/- (Rupees 20 only)
  • Foreigners: Rs. 50/- (Rupees 50 only)
  • Fees are charged for all persons above the age of three years.
  • Ticket Counter Hours: Open on all working days from 10:30 am to 1:30 pm and 2:00 pm to 5:00 pm.
  • Taking photographs and video inside the museum is prohibited.
  • No person is allowed to carry adhesives, explosives, weapons, or any inflammable materials inside the museum.
  • Hand bags and baggage are not allowed to be carried inside the museum.
  • Visitors are requested not to touch any displayed photographs, articles, showcases, or installations.
ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ
  • ସପ୍ତାହର ସମସ୍ତ କାର୍ଯ୍ୟ ଦିବସରେ ସଂଗ୍ରହାଳୟ ଖୋଲା ରହେ। କେବଳ ସୋମବାର ଏବଂ ସରକାରୀ ଛୁଟିଦିନରେ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥାଏ।
  • ପ୍ରବେଶ ଶୁଳ୍କ : ଭାରତୀୟ ନାଗରିକ : ୨୦ ଟଙ୍କା (ମାତ୍ର କୋଡ଼ିଏ ଟଙ୍କା)
  • ବିଦେଶୀ ନାଗରିକ : ୫୦ ଟଙ୍କା (ମାତ୍ର ପଚାଶ ଟଙ୍କା)
  • ତିନି ବର୍ଷ ବୟସରୁ ଊର୍ଦ୍ଧ୍ଵ ସମସ୍ତ ବ୍ୟକ୍ତିଙ୍କ ପାଇଁ ଶୁଳ୍କ ଲାଗୁ ହୋଇଥାଏ।
  • ଟିକେଟ୍ କାଉଣ୍ଟର୍ ସମୟ : ପ୍ରତ୍ୟେକ କାର୍ଯ୍ୟ ଦିବସରେ ସକାଳ ୧୦:୩୦ ଠାରୁ ମଧ୍ୟାହ୍ନ ୧:୩୦ ଏବଂ ଅପରାହ୍ଣ ୨:୦୦ ଠାରୁ ସନ୍ଧ୍ୟା ୫:୦୦ ପର୍ଯ୍ୟନ୍ତ ଖୋଲା ରୁହେ।
  • ସଂଗ୍ରହାଳୟ ପରିସରରେ ଫଟୋଗ୍ରାଫ୍ ଓ ଭିଡିଓ ବନେଇବା ନିଷେଧ କରାଯାଇଛି।
  • କୌଣସି ବ୍ୟକ୍ତିଙ୍କୁ ସଂଗ୍ରହାଳୟ ଭିତରକୁ ଅଠା ଜିନିଷ, ବିସ୍ଫୋଟକ, ଅସ୍ତ୍ର-ଶସ୍ତ୍ର କିମ୍ବା କୌଣସି ଅଗ୍ନିଚାଳିତ ସାମଗ୍ରୀ ନେଇଯିବାକୁ ଅନୁମତି ଦିଆଯାଇ ନାହିଁ।
  • ହ୍ୟାଣ୍ଡବ୍ୟାଗ୍ ଓ ନିଜର ଜିନିଷପତ୍ର ସଂଗ୍ରହାଳୟ ଭିତରକୁ ନେଇଯିବାକୁ ଅନୁମତି ନାହିଁ।
  • ପ୍ରଦର୍ଶିତ ଫଟୋଚିତ୍ର, କଳାକୃତି, ଶୋ'କେସ୍ ଓ ଅନ୍ୟ ସ୍ଥାପନାଗୁଡ଼ିକୁ ଛୁଇଁବାରୁ ନିବୃତ୍ତ ରହିବାକୁ ଦର୍ଶକମାନଙ୍କୁ ବିନମ୍ର ଅନୁରୋଧ କରାଯାଉଛି।
Events & Programs
କାର୍ଯ୍ୟକ୍ରମ
Upcoming Events at the Museum
ସଂଗ୍ରହାଳୟରେ ଆଗାମୀ କାର୍ଯ୍ୟକ୍ରମଗୁଡ଼ିକ
Netaji Jayanti (23 January)
A grand annual celebration marking the birth anniversary of Netaji Subhash Chandra Bose, featuring floral tributes, cultural performances, patriotic songs, seminars, and public lectures.
ନେତାଜୀ ଜୟନ୍ତୀ (୨୩ ଜାନୁଆରୀ)
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଏକ ଭବ୍ୟ ଉତ୍ସବ ଆୟୋଜନ ହେଉଛି। ଏଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଦେଶାତ୍ମବୋଧକ ସଙ୍ଗୀତ ଗାନ, ଆଲୋଚନାଚକ୍ର ଏବଂ ସାଧାରଣ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।